ଆମର ସମ୍ପର୍କେ - Tata Shaktee

ଆମର ସମ୍ପର୍କେ

ଆମର ସମ୍ପର୍କେ

Tata Shaktee Products come with a promise of quality and assurance that is unparalleled here are many variations of passages of Lorem Ipsum available, but the majority have suffered alteration in some form, by injected humour, or randomised words which don’t look even slightly believable. If you are going to use a passage of Lorem Ipsum, you need to be sure there isn’t anything embarrassing hidden in the middle of text. All the Lorem Ipsum generators on the Internet tend to repeat predefined chunks as necessary, making this the first true generator on the Internet.

ଆମେ ଗ୍ୟାଲଭାନାଇଜଡ କର୍ରୁଗେଟେଡ୍ ଶିଟ୍ ଜଗତରେ ପ୍ରଧାନ ବ୍ର୍ୟାଣ୍ଡ

+

ଡିଲାର

~ %

ଜିଲ୍ଲା

+

ତାଲୁକା

କୋଟି +

ଉପଭୋକ୍ତା

ଲକ୍ଷ୍ୟ

ଆମେ ମୂଲ୍ୟ ସୃଜନ ଓ କର୍ପୋରେଟ୍ ସିଟିଜେନସିପ୍ ପାଇଁ ବିଶ୍ୱବ୍ୟାପି ଷ୍ଟିଲ୍ ଶିଳ୍ପ ମଧ୍ୟରେ ବେଞ୍ଚମାର୍କ ଲାଭ କରିବାର ଆକାଂକ୍ଷା ରଖୁ । ଆମେ ନିମ୍ନଲିଖିତ ମାଧ୍ୟମରେ ପରିବର୍ତ୍ତନ ନେଇ ଆସୁ:

ଆମର ଲୋକ

ମିଳିମିଶି କାମ କରିବା, ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବା, ନେତୃତ୍ୱର କ୍ଷମତା ବୃଦ୍ଧି କରିବା ଏବଂ ଦୃତ ଗତି, ଗର୍ବବୋଧ ଏବଂ ଉଚ୍ଛାସ ସହିତ କାର୍ଯ୍ୟ କରିବା ।

ଆମର ନିବେଦନ

ସବୁଠାରୁ ପସନ୍ଦର ସପ୍ଲାୟର ହୋଇ ଉଠିବା, ବିଶେଷ ପ୍ରଡକ୍ଟ ଓ ସେବା ପ୍ରଦାନ କରିବା ଏବଂ ଗ୍ରାହକଙ୍କ ପାଇଁ ମୂଲ୍ୟ ସୃଜନ କରିବା

ଆମର ଆଚରଣ

ଗୋଟିଏ ସୁରକ୍ଷିତ କର୍ମସ୍ଥଳ ପ୍ରଦାନ କରିବା, ପରିବେଶର ସମ୍ମାନ କରିବା, ଆମ ସମାଜର ଯତ୍ନ ନେବା ଏବଂ ଉଚ୍ଚ ନୈତିକ ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ କରିବା

ଆମର ନୀତି

ଟାଟା କୋଡ୍ ଅଫ କଣ୍ଡକ୍ଟ ଅନୁସରଣ କରି କର୍ମ ପରିଚାଳନାର ବିଭିନ୍ନ କ୍ଷେତ୍ରରେ କିଛି ସକ୍ରିୟ ଆଦର୍ଶ ଅନୁଯାୟୀ ଟାଟା ଷ୍ଟିଲର ନୀତି ନିର୍ଦ୍ଧାରଣ କରା ହୋଇଛି । ଏହି ନୀତି ଗୁଡ଼ିକ କମ୍ପାନିର କର୍ମ-ପଦ୍ଧତିକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରେ ଏବଂ ପ୍ରକ୍ରିୟା ଗୁଡ଼ିକୁ ବାସ୍ତବାୟିତ କରିବାରେ ସାହାଯ୍ୟ କରେ ।

ଆମର ଉଦ୍ଭାବନୀ ପ୍ରୟାସ

ପ୍ରଯୁକ୍ତି, ପ୍ରକ୍ରିୟା ଏବଂ ଉତ୍ପାଦନ ମଧ୍ୟରେ ଅତ୍ୟାଧୁନିକ ସମାଧାନ ନିର୍ମାଣ କରିବା



ଉଦ୍ଦେଶ୍ୟ

ଆମର ପ୍ରତିଷ୍ଠାତା ଜାମସେଦଜି ଟାଟାଙ୍କ ଲକ୍ଷ୍ୟ ଏବଂ ମୂଲ୍ୟବୋଧକୁ ପାଥେୟ କରି ଟାଟା ଷ୍ଟିଲ, କର୍ମଚାରୀ ଏବଂ ସାମଗ୍ରୀର ଉପଯୁକ୍ତ ବ୍ୟବହାର ଦ୍ୱାରା ଭାରତର ଶିଳ୍ପର ବୁନିୟାଦକୁ ଆହୁରି ସୁଦୃଢ଼ କରିବାକୁ ଚାହେଁ । ଆଧୁନିକ ପରିଚାଳନା ପଦ୍ଧତି ଅନୁସରଣ କରି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଅଧିକ ଉତ୍ପାଦନ ମାଧ୍ୟମରେ ଏହି ଲକ୍ଷ୍ୟ ଅର୍ଜନ କରାହେବ ।

ଗୋଟିଏ ମଜବୁତ ଓ ସ୍ଥାୟୀ ସଂସ୍ଥାର ପ୍ରଧାନ ବୈଶିଷ୍ଟ୍ୟ ମଧ୍ୟରେ ସତତା ଓ ବିଶ୍ୱାସନୀୟତାର ଗୁରୁତ୍ୱ ସମ୍ପର୍କରେ ଟାଟା ଷ୍ଟିଲ ଜାଣେ ଏବଂ ଏହା ସହିତ ଏହା ମଧ୍ୟ ଜାଣେ ଯେ ଆର୍ଥିକ ଗତିବିଧି ହିଁ ହେଲା ପ୍ରଧାନ ବୁନିୟାଦ ।

ସାମଗ୍ରିକ ଭାବରେ, କମ୍ପାନି ଗୋଟିଏ ଭୟମୁକ୍ତ ପରିବେଶ ମଧ୍ୟରେ ନିଜର ସମସ୍ତ କାର୍ଯ୍ୟରେ ଉତ୍କୃଷ୍ଟତାର ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ପହଞ୍ଚିବାକୁ ଇଚ୍ଛୁକ ଓ ଏହା ଫଳରେ ଗଣତାନ୍ତ୍ରିକ ମୂଲ୍ୟ ମଧ୍ୟରେ କମ୍ପାନିର ବିଶ୍ୱାସ ମଧ୍ୟ ପ୍ରମାଣିତ ହୁଏ।

ପ୍ରଧାନ ମୂଲ୍ୟବୋଧ ଯାହା ଆମକୁ ବର୍ଣ୍ଣନା କରେ

ସତ୍ୟତା:

ଆମର ସମସ୍ତ କାମ ଆମେ ନିରପେକ୍ଷତା, ସତତା ଏବଂ ନୈତିକତାର ସହିତ କରିବୁ; ଆମର ସମସ୍ତ କାର୍ଯ୍ୟକୁ ସର୍ବସାଧାରଣଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେବ ।

ଉତ୍କୃଷ୍ଟତା:

ଆମେ ଗୁଣବତ୍ତାର ସର୍ବୋଚ୍ଚ ଷ୍ଟାଣ୍ଡାର୍ଡ ଅର୍ଜନ କରିବା ପାଇଁ ନିରନ୍ତର ପ୍ରୟାସ କରି ଚାଲିବୁ ଏବଂ ସବୁ ସମୟରେ ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବୁ।

ଐକ୍ୟ:

ଆମେ ଆମର ସଂସ୍ଥାର ବ୍ୟକ୍ତି ମାନଙ୍କୁ ଏବଂ ଅଂଶୀଦାର ମାନଙ୍କ ମଧ୍ୟରେ ବିନିଯୋଗ କରିବୁ, ନିରନ୍ତର ଶିକ୍ଷା ଗ୍ରହଣର ସୁଯୋଗ ପ୍ରଦାନ କରିବୁ ଏବଂ ବିଶ୍ୱାସ ଓ ପରସ୍ପର ସମ୍ମାନର ଭିତ୍ତିରେ ମୈତ୍ରୀପୂର୍ଣ୍ଣ ଓ ସହଯୋଗିତା ମୂଳକ ସମ୍ପର୍କ ଗଢ଼ି ତୋଳିବୁ।

ଦାୟିତ୍ବବୋଧ:

ଆମ ଆମର ବ୍ୟବସାୟରେ ପରିବେଶଗତ ଓ ସାମାଜିକ ଆଦର୍ଶ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବୁ ଏବଂ ଲୋକଙ୍କ ନିକଟରେ ଆମେ ଯେତେଟା ଗ୍ରହଣ କରିବୁ, ତାଠାରୁ ଅନେକ ବେଶି ଫେରତ ଦେବାର ସୁନିଶ୍ଚିତ କରିବୁ ।

ପଥପ୍ରଦର୍ଶକ:

ଆମେ ନିର୍ଭୀକ ଭାବରେ କୁଶଳତା ସହିତ କାମ କରିବୁ ଏବଂ ସାହସ ସହିତ ଚ୍ୟାଲେଞ୍ଜଗୁଡ଼ିକ ମୁକାବିଲା କରିବୁ ଏବଂ ଗ୍ରାହକଙ୍କ ଗୁରୁତ୍ବପୂର୍ଣ୍ଣ ମତାମତ ଅନୁଯାୟୀ ନବୀନତମ ସମାଧନ ତିଆରି କରିବୁ ।

ଟାଟା ଶକ୍ତିର ଯାତ୍ରା

2000

ଟାଟା ଷ୍ଟିଲ୍ ଜିସି ବ୍ର୍ୟାଣ୍ଡ – ଟାଟା ଶକ୍ତିର ଶୁଭାରମ୍ଭ

2001

ଶିଟ୍ ଉପରେ ମୋଟେଇ ଏବଂ ଜିଙ୍କ କୋଟିଙ୍ଗ ପ୍ରିଣ୍ଟିଙ୍ଗର ଶୁଭାରମ୍ଭ

2003

ଓ୍ବାଇଡର ଜିସି ଶିଟ୍ (910 ଏବଂ 1220 ମିମି)ର ଶୁଭାରମ୍ଭ

2004

ଆରସିପି – ଅନୁମୋଦିତ ଉପଭୋକ୍ତା ମୂଲ୍ୟର ଆରମ୍ଭ

2012

ସୁପରବ୍ର୍ୟାଣ୍ଡ ମର୍ଯ୍ୟଦା ପ୍ରାପ୍ତ ହୁଏ

2013

6ଟି ଶ୍ରେଣୀରେ ଆରଏମଏଆଇ ପୁରସ୍କାର ଅର୍ଜନ

2016

ଇଟି ଚାମ୍ପିୟନ୍ସ ଅଫ ରୁରାଲ ମାର୍କେଟିଙ୍ଗ ଏଓ୍ବାର୍ଡ ପ୍ରାପ୍ତ ହୁଏ

2018

ଗଟର ରିଜ ଏବଂ ଅନ୍ୟାନ୍ୟ ଆକ୍ସେସରିଜ ମାଧ୍ୟମରେ ପୋର୍ଟଫୋଲିଓର ବିସ୍ତାର

2019

ଟାଟା ଶକ୍ତିକୁ ଟାଟା ଷ୍ଟିଲର ଇ-କମାର୍ସ ପୋର୍ଟାଲ 'ଆଶିୟାନା'ରେ ଅନଲାଇନ ତାଲିକାଭୁକ୍ତ କରାହୁଏ